ଯୋଗୀମାଲ ଗ୍ରାମରେ ଦେଖିବାକୁ ମିଳିଛି ମାଁ ପୁଅଙ୍କ ଦାଦାଗିରି

ସୁନ୍ଦରଗଡ଼ ଜିଲ୍ଲା ର ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଯୋଗୀମlଲ ଗ୍ରାମରେ ରହୁଥିବା ବିଧବା ମହିଳା ମଞ୍ଜୁଲତା ପଟେଲ ଙ୍କ ଶ୍ବଶୁର ଘର ସଦର ବ୍ଲକ୍ ଅନ୍ତର୍ଗତ ବଡବlହlଲ ଗ୍ରାମ l ସେଠାରେ ଅଙ୍ଗନୱାଡ଼ି କର୍ମୀ ଭାବରେ କାମ କରୁଥିଲେ l ସେଠାରୁ ତଡ଼l ଖାଇବା ପରେ ଯୋଗିମlଲ ଗ୍ରାମକୁ ଆସି ଏଠାରେ ଅନେକ ବେନିୟମ କାର୍ଯ୍ୟ ଗୁଡ଼ିକ କରୁଛିନ୍ତି । ଆଉ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ବଡ଼ ପୁଅ ଶିବା ପଟେଲ ଓ ଝିଅ ସିବାନୀ ପଟେଲ l ମା ପୁଅ ଝିଅ ମିଶି ଯୋଗିମlଲ ପଂଚାୟତ ଖେଳ ପଡିଆକୁ ଗାଈ ଗୁହାଳ ରେ ପରିଣତ କଲେଣି l ଖରl, ବର୍ଷା, ଶୀତ ରେ ଦିନ ରାତି ଖୋଲା ଆକାଶ ତଳେ ଅତି ନିର୍ଦ୍ଦୟ ଭାବରେ ଗାଈ ଗୋରୁଙ୍କୁ ରଖୁଛନ୍ତି l ଯାହା କି କିଛି ଦିନ ଆଗରୁ ଅନେକ ପତ୍ର ପତ୍ରିକା ତଥା ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା l ମିଶନ ଶକ୍ତି ଗୃହକୁ ନିଜ ଅକ୍ତିଆର ରେ ରଖିଛନ୍ତି l ଯାହାକି କିଛି ଦିନ ଆଗରୁ ଗ୍ରାମବାସୀ ଭସ୍ମl ଥାନା, ଏସ ପି ସୁନ୍ଦରଗଡ଼,ଜିଲ୍ଲାପାଳ, ସଦର ବିଧାୟିକା,ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟାଙ୍ଗରପାଲିଙ୍କୁ ଲିଖିତ ଅଭିଯୋଗ କରିଥିଲେ l

ସରପଞ୍ଚ, ସମିତି ସଭ୍ୟ , ପଞ୍ଚାୟତର ମହିଳl ମିଶନ ଶକ୍ତି ର ସଭାପତି ସଂପାଦକ ତଥା ଏସ ଏଚ ଜି ଗ୍ରୁପର ମହିଳା ମାନେ ମଧ୍ଯ ଗୃହ ଛାଡ଼ିବାକୁ କହିଲା ପରେ ମଧ୍ଯ ଜୋର ଜବରଦସ୍ତି ଅକ୍ତିଆର କରି ରଖିଛନ୍ତି l ଲେମ୍ପସ ଗୃହ, ପାଣି ଟାଙ୍କି ଗୃହ, ବିଶ୍ରାମ ଗୃହ ଏପରି ଅନେକ ଜାଗାକୁ ମା ପୁଅ ମିଶି ନିଜ ଅକ୍ତିଆରରେ ଜlଗିର କରି ରଖିଛନ୍ତି l କିଛି ଦିନ ଆଗରୁ ସି ଡି ପି ଓ ଟାଙ୍ଗରପାଲିଙ୍କୁ ଯୋଗିମlଲ ଅଙ୍ଗେନୱାଡ଼ି ପରିସରରେ ଗାଳିଗୁଲଜ କରି ଓଲଟା ଥାନାରେ ଏତଲା ଦେବା ଘଟଣା ସହ ବିଦ୍ୟାଳୟ ପରିସରକୁ ବିନା କାରଣରେ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ହଇରାଣ ହରକତ କରିବା ଭଳି ଅନେକ ବେନିୟମ କାମ କରିବା ନିତିଦିନିଆ ତାର କାମ l ଏଣୁ ଜିଲ୍ଲା ପ୍ରଶାସନ ଏହି ବିଧବା ମହିଳାଙ୍କ ଦାଦାଗିରିକୁ ଦୃଷ୍ଟିରେ ରଖି ଅତିଶିଘ୍ର ସମାଧାନ କଲେ ଅଞ୍ଚଳବାସିର ମହିଳା ତଥା ଖେଳାଳି ଗଣ ସୁବିଧା ପାଇପlରନ୍ତେ ବୋଲି ଯୋଗିମlଲ ପଞ୍ଚାୟତ ର ସମସ୍ତ ଅଧିବାସୀ ମାନେ ଦାବି କରୁଛନ୍ତି l ମିଶନ ଶକ୍ତି ଗୃହକୁ ଅତିଶୀଘ୍ର ଖୋଲିବାର ବ୍ୟବସ୍ଥା ନ କଲେ ଆଇନ କୁ ହାତକୁ ନେବା ପାଇଁ ବାଧ୍ୟ ହେବୁ ଏଵଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି l

Comments
Loading...