ବର୍ଷା ରେ ଘର ର କାନ୍ଥ ଉଜୁଡିଗଲା

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ବଡେନ ବ୍ଲକ କରଲାକୋଟ ପଂଚାୟତ ର ସର୍ଗିମୁଣ୍ଡା ଗ୍ରାମର ଶ୍ରୀ ସାହେବ ମାଝୀ ବୟସ 91 ଓ ସ୍ତ୍ରୀ ରାଇବାରି ମାଝୀ ବୟସ 85 ଓ ତାଙ୍କ ଏକ ମାତ୍ର ଝିଅ ଅଛନ୍ତି।ଘରେ କେହି ରୋଜଗାରିଆ ପୁଅ ନାହିଁ ତାଙ୍କର ଏକ ମାତ୍ର ଝିଅ ଅଛନ୍ତି।ବର୍ଷା ଦିନ ଆରମ୍ଭରୁ ରାତି 8 ଘଟିକା ସମୟରେ ଖାଉଥିବା ବେଳେ ହଟାତ ଘର ର ଗୋଟିଏ କାନ୍ଥ ଉଜୁଡିଗଲା ଭାଗ୍ୟ ବଶତଃ କାହାର କିଛି ଦୁର୍ଘଟଣା ହେଲାନି ପୁଣି ସେହି ଭଙ୍ଗା ଦରଜା ଘରେ ଆଶ୍ରୟ ନେଉଛନ୍ତି।ସେମନ ଙ୍କ ଅଭିଯୋଗ ଯେ acc ତାଲିକା ରେ ମଧ୍ୟ ତାଙ୍କର
ନା ନାହିଁ ସେମାନଙ୍କୁ ଯଦି ଏବେ ସରକାର କରିଥିବା ଆବାସ ପ୍ଲସ ହିସାବରେ ଖଣ୍ଡି ଏ ଘର ଦେଲେ ସେମାନେ ବସ ବାସ କରନ୍ତି।ଘର କାନ୍ଥ ଉଜୁଡିବା ଘଟଣା ଶୁଣି ଆମ ପ୍ରତି ନିଧି ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ପ୍ରଶାସନ କୁ ଯୋଗା ଯୋଗ କରିଥିଲେ ହେଲେ ହେଇ ପାରିଲା ନାହିଁ। ବଡେନ ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ଦିଗପାଳ ନାଗ ଓ ସମାଜ ସେବୀ ହେମନ୍ତ କାଣ୍ଡ ଯାଇ ଖଣ୍ଡିଏ ଘର ଯୋଗେଇ ଦେବା ପାଇଁ ପ୍ରଶାସନ କୁ ଅନୁରୋଧ କରିଥିଲେ। ଓଡିଶା ଭୋଏସ 24 ର ଖବର ପ୍ରସାରଣ ହେଲା ପରେ ପ୍ରଶାସନ କେତେ ତପ୍ତରତା ଦେଖୁଛି ତାହା ଦେଖିବା ବାକି ରହିଲା।

Comments
Loading...