୧୪ ଦିନିଆ ଲକଡାଉନ ପାଳନ ନେଇ ପୋଲିସ ପ୍ରସ୍ତୁତ ର ସମୀକ୍ଷା କଲେ ନୂଆପଡା ଏସପି

ନୂଆପଡା : ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକଡାଉନ ଘୋଷଣା କୁ ପାଳନ ନେଇ ପୋଲିସ ପ୍ରସ୍ତୁତି ର ସମୀକ୍ଷା କଲେ ଏସ୍ପି ରାହୁଲ କୁମାର ଜେନ। କାଲିଠୁ ରାଜ୍ୟରେ ଲାଗୁ ହେବ ଲକଡାଉନ । ନୂଆପଡା ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ରହିଥିବା ବେଳେ ଲକଡାଉନ ପାଳନ କୁ କଡା କୁଡି କରିବାକୁ ବିଭାଗୀୟ ଆଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ତେଣୁ ଆଜି ରାହୁଲ କୁମାର ଜୈନ ବୋଡେ଼ନ, ସିନାପାଲି, ଖଡ଼ିଆଳ ଏବଂ ଖଡ଼ିଆଳ ଥାନା କୁ ପରିଦର୍ଶନ କରି କରୋନା ସଂକ୍ରମଣଙ୍କୁ ପ୍ରତିହତ କରିବାକୁ ୧୪ ଦିନିକିଆ ଲକଡାଉନ ନିତାନ୍ତ ଜରୁରୀ ଅଟେ। ଏହାକୁ ନିଷ୍ଠାର ସହ ପାଳନ କରିବାକୁ ଆହ୍ଵାନ କରିଛନ୍ତି। ବିନା କାରଣରୁ ବାହାରକୁ ବାହାରିବେ ଏବଂ ମୁହଁ ରେ ମାସ ପିନ୍ଧିବେ ,ବାରମ୍ବାର ହାତ ଧୋଇବେ, ଦୂରତା ରକ୍ଷା କରିବେ ବୋଲି ଆହ୍ବାନ କରିଛନ୍ତି।

Comments
Loading...