କରୋନା ମହାମାରୀର ଦ୍ବିତୀୟ ଲହରୀରେ ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁ ବରଣ କରୁଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରି ସଚେତନତାର ବାର୍ତ୍ତା ପ୍ରେରଣ କରିଛନ୍ତି ରାଉରକେଲା ଆରଏମସି ଦିବ୍ୟଜ୍ୟୋତି ପରିଡା । ସେ କହିଛନ୍ତି ଯେ ବିନା କାରଣରେ ଘରୁ ବାହାରକୁ ବାହାରି ବିଭିନ୍ନ ସ୍ଥାନରେ ଗହଳି କରନ୍ତୁ ନାହିଁ । ନିଜ ଘରପାଖ ଅଞ୍ଚଳରୁ ଦରକାରୀ ଜିନିଷ କିଣି ବ୍ୟବହାର କରନ୍ତୁ । ଅତ୍ୟନ୍ତ ଆବଶ୍ୟକ ଥିଲେ ଦୁରକୁ ଯିବାକୁ ପଡିଲେ ମଧ୍ୟ ଚଞ୍ଚଳ କାମ ସାରି ଘରକୁ ଫେରିଯାନ୍ତୁ । ଔଷଧ ଦୋକାନ , କ୍ଷୀର ଦୋକାନ , ଚିକିତ୍ସାଳୟ ଇତ୍ୟାଦି ପ୍ରାୟତଃ ଖୋଲା ରହିବ । ଲୋକଙ୍କର ସୁବିଧା ସକାସେ ସେକ୍ଟର–୧୯ ଓ ଉଦିତନଗର ପଡିଆରେ ବିଭିନ୍ନ ବ୍ୟବସାୟର ବ୍ୟବସ୍ତା କରାଯିବ ତେବେ ଲୋକେ ସଚେତନ ହୋଇ ମାସ୍କ ପିନ୍ଧି ସାନି ଟାଇଜର ବ୍ୟବହାର କରି ସାମାଜିକ ଦୂରତା ପ୍ରତି ବିଶେଷ ଗୁରୁତ୍ବ ଦେଇ ହାଟ ବଜାର କରିବେ । ଭେକସିନ ନେବା ଲୋକେ ନିଜର ସମୟ ଅନୁସାରେ ଅନାୟାସରେ ଯାଇ ଭେକସିନ ନେଇ ପାରିବେ । ମହାମାରୀ ସମୟରେ ବିଭିନ୍ନ ସ୍ଥାନରେ ଅଯଥାଟାରେ ଭିଡ ଜମା ହେଉଥିବା ସ୍ଥାନରୁ ଜନ ଗହଳୀକୁ ହଟାଇ ବାକୁ ଏହା ଏକ ପ୍ରୟାସ ଏବଂ ଏଥିସକାସେ ଜନମଞ୍ଚ ସହଯୋଗ କରିବେ ବୋଲି ଅନୁରୋଧ କରିଛନ୍ତି ଆରଏମସି । ଅମାନିଆ ଓ କଳା ବଜାରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ତା କରାଯାଇଛି । ଯେତେ ସମ୍ଭବ ସମସ୍ତେ କରୋନା ମହାମାରୀ ସମୟରେ ସରକାରୀ ନୀୟମକୁ ମାନିବା ସହ ନିଜ ଘରେ ରୁହନ୍ତୁ , ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ ।