ପୂର୍ବତନ ସରପଞ୍ଚଙ୍କ ପରଲୋକ

ସମ୍ବଲପୁର (କୋଶଲ ନ୍ୟୁଜ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାବୁଲାଲ ମହାକୁଡ (୫୦)ଙ୍କ ପରଲୋକ ହୋଇଛି । ସେ ଗତ ଦୁଇମାସ ହେବ କରୋନାରେ ଆକ୍ରାନ୍ତ ହୋଇ ସମ୍ବଲପୁରର ଏକ ଘରୋଇ କୋଭିଡ୍ ହସ୍ପିଟାଲ୍ ରେ ଚିକିସ୍ଚିତ ହେଉଥିଲେ । କୋରୋନାରୁ ସୁସ୍ଥ ହେବା ପରେ ଘରକୁ ଆସିଥିଲେ । କିନ୍ତୁ ଗତ କିଛିଦିନ ପୂର୍ବରୁ ତାଙ୍କ ଅକ୍ସିଜେନ୍ ସ୍ତର କମିଯିବାରୁ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତି ପ୍ରାୟ ୧୨ ଟାରେ ଚିକିସ୍ଚାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମର ଶରିରକୁ ଘରକୁ ଅଣାଯିବା ପରେ ଗ୍ରାମର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ଶୁଭେନ୍ଦୁ ମୁଖାଗ୍ନି ଦେଇଥିଲେ । ତାଙ୍କ ପତ୍ନି , ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଶ୍ରୀ ମହାକୁଡ ଗତ ୨୦୦୭ ରୁ ୨୦୧୨ ମସିହା ପଯ୍ୟନ୍ତ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ଥିବା ବେଳେ ବର୍ତ୍ତମାନ ବଡମାଳ ସେବା ସମବାୟ ସମିତିର ଡାଇରେକ୍ଟର୍ ଥିଲେ । ଯଣେ ଦକ୍ଷ ସରପଞ୍ଚ ଓ ଭଦ୍ର ବ୍ୟକ୍ତି ଭାବରେ ସେ ଅଞ୍ଚଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।

Comments
Loading...