ଜିଲ୍ଲା ମୁଖ୍ୟ ଡାକଘରେ ଯୌନ ନିର୍ଯାତନା

ସମ୍ବଲପୁର (କୋଶଲ ନ୍ୟୁଜ୍) ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକଘରେ ଯୌନ ଶୋଷଣର ଶିକାର ହୋଇଥିବା ନେଇ ଜଣେ ମହିଳା କର୍ମଚାରୀ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି I ମହିଳା ଥାନା ପୋଲିସ ସମ୍ବଲପୁର ମୁଖ୍ୟ ଡାକଘରକୁ ଯାଇ ଯାଞ୍ଚ କରିଛି I ପୋଲିସ ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିବା ସହ ଡାକ ବିଭାଗର କର୍ମଚାରୀମାନଙ୍କୁ ପଚରାଉଚରା କରିଥିଲା I ମହିଳା କର୍ମଚାରୀ ଜଣକ ସପିଂ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ବରିଷ୍ଠ ସହକାରୀ ନିର୍ଦ୍ଦେଶକ ଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି I ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ୨୦୨୦ ମସିହା ଜୁନ୍ ୨୮ ତାରିଖରେ ସମ୍ବଲପୁର ମୁଖ୍ୟ ଡାକଘରକୁ ବଦଳି ହୋଇ ଆସିଲେ I ଏହାପରେ ବରିଷ୍ଠ ଅଧିକାରୀ ଜଣକ ଅନେକ ସମୟରେ ବାହାନା କରି ଅଶ୍ଳୀଳ ଇଙ୍ଗିତ କରିବା ସହ ଖରାପ ଉଦ୍ଦେଶ୍ୟ ନେଇ ସ୍ପର୍ଶ କରୁଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି I ଅନେକ ସମୟରେ ଗାଡ଼ିରେ ଯିବାକୁ ଡାକି ଖରାପ ଉଦ୍ଦେଶ୍ୟ ରଖି ବରିଷ୍ଠ ଅଧିକାରୀ ଜଣକ ଛୁଇଁବାକୁ ପ୍ରୟାସ କରିବା ସହ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରନ୍ତି ବୋଲି ମହିଳା ଜଣକ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି I

Comments
Loading...