ସମ୍ବାଦିକ ସ୍ବର୍ଗତ ଖଗେଶ୍ବର ତରେଇଙ୍କ ବାର୍ଷିକ ପୁଣ୍ୟତିଥି ଉପଲକ୍ଷେ କୋଇଡା ସମ୍ବାଦିକ ସଙ୍ଘ ତରଫରୁ ସ୍ମୁତି ସଭା

କୋଇଡା-ଆଜିର ଦିନରେ କୋଇଡା ବ୍ଲକର ଯୁବ ସମ୍ବାଦିକ ସ୍ବର୍ଗତ ଖଗେଶ୍ବର ତରେଇ ଯାଜପୁର କୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ କେନ୍ଦୁଝର ଅଗ୍ନିଶମ କାର୍ଯ୍ୟଳୟ ନିକରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ । ଯାହାକୁ ନେଇ ସେହି ସମୟରେ ଯୁବ ସମ୍ବାଦିକଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ବ୍ୟଥିତ କରିବା ସହ କୋଇଡା ସାମ୍ୱାଦିକ ସଙ୍ଘ ପାଇଁ ଏକ ଅପୁରଣୀୟ କ୍ଷତି ପହଞ୍ଚାଇଥିଲା । ଆଜି ସ୍ବର୍ଗତ ତରେଇଙ୍କ ବିୟୋଗ କୁ ଗୋଟିଏ ବର୍ଷ ପୁରିଛି ଏହି ପରିପ୍ରେକ୍ଷୀରେ କୋଇଡା ସମ୍ବାଦିକ ସଙ୍ଘ ତରଫରୁ ଏକ ସ୍ମୁତି ସଭାର ଆୟୋଜନ କରାଯାଇଥିଲା । ପ୍ରଥମେ ସ୍ବର୍ଗତ ତରେଇଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗୋଟିଏ ମିନିଟ ନିରବ ପାର୍ଥନା କରାଯାଇଥିଲା । ଏହି ସଭାରେ ସଙ୍ଘର ସଭାପତି ସଂଜୀବ କୁମାର ମହାପାତ୍ର ଯୋଗଦେଇ ସ୍ବର୍ଗତ ଖଗେଶ୍ବରଙ୍କ ନିଷ୍ଠାପର ସମ୍ବାଦିକତା ଆଜି ଆମ ପାଇଁ ଏକ ଉଦାହରଣ ପାଲଟିଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦିକ ସୁଶାନ୍ତ ଦାଶ , ପ୍ରମିଳା ନାଏକ , ସୁଦାମ ବାରିକ , ସୁନୀଲ କୁମାର ପଣ୍ଡା , ଆକାଶ ଶର୍ମା , ସରୋଜ ମାହାନା , ଗଣେଶ ଆପଟ , ଆଶିଷ ବିଶ୍ୱାଳ , ଦିଲ୍ଲୀପ ମହାକୁଡ଼ ପ୍ରମୂଖ ଯୋଗ ଦେଇଥିଲେ ।

Comments
Loading...