ସାତ ସପନ ହୋଇଛି ଆବାସ ଯୋଜନା

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସରକାର ଗରିବ ଲୋକଙ୍କ ପାଇଁ କେତେ କଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।ରାଜ୍ୟରେ କେହି ବି ଅର୍ଦ୍ଧ।ହାରରେ ରହିବେ ନାହିଁ ବୋଲି ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ସହ ରହିବା ପାଇଁ ଆବାସ ଯୋଜନା ରହିଛି ।ହେଲେ ସରକାରଙ୍କ ଏ ମାଳ ମାଳ ଯୋଜନା କାହା ପାଇଁ ?ଏବେ ବି ଅନେକ ଯୋଜନା ପ୍ରକୃତ ଗରିବ ହିତାଧିକାରୀଙ୍କ ପାଖରେ ପହଂଚି ପାରୁ ନ ଦେଖିବାକୁ ମିଳିଛି ।କିଏ ଘର ଖଣ୍ଡିଏ ପାଇଁ ସରକାର ଙ୍କ ଠାରେ ଗୁହାରି କରୁଛି ତ ଆଉ କିଏ ଭତ୍ତା ବା ରାସନ କାର୍ଡ ପାଇଁ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି ।ହେଲେ କେହି ବି ଶୁଣୁ ନାହାନ୍ତି ଏମାନଙ୍କ କଥା ।ଯେମିତି ଗରିବ ଲୋକଙ୍କ କଥା ଓ ବ୍ୟଥା ଶୁଣିବାକୁ କୌଣସି ସରକାରୀ କର୍ମଚାରୀ ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ପାଖରେ ସମୟ ନାହିଁ । ଏମିତି ଏକ ବ୍ୟଥା ଓ ବେଦନାର କଥା ଆମେ କହୁଛୁ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମପଞ୍ଚାୟତର ବିକଲପୁର ଗ୍ରାମରେ ରହୁଥିବା ଜଣେ ମହିଳାଙ୍କର ।ତାଙ୍କ ନାମ ଭୂମିସୁତା ନାଏକ ।ବୟସ ୭୪ ବର୍ଷ । ଅତି ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ପଡିରହିଛନ୍ତି । ଭୂମିସୁତାଙ୍କ ଅବସ୍ଥା କହିଲେ ନ ସରେ l ବିପଦଜ୍ଜନକ ଗୃହରେ ଖଜୁରୀ ପତ୍ର, ଚିରା କପଡା ଛାଉଣୀ କରି ଖରା ବର୍ଷା ଶୀତରେ ଜୀବନ ଯାପନ କରୁଥିବା ଦେଖିବାକୁ ମିଳିଛି । ଭୂମିସୁତା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ମାନଙ୍କ ପାଖକୁ ବାରମ୍ବାର ଘର ଖଣ୍ଡିଏ ଓ ଭତ୍ତାଟିଏ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ରୁ ବଞ୍ଚିତ । ଭୂମିସୁତାଙ୍କ ପରିବାର କହିଲେ ସେ ଏକା ।ସାହା ବୋଲି ତାଙ୍କର କେହି ନାହାଁନ୍ତି ।ଘର ଖଣ୍ଡିଏ ପାଇଁ ଗଣମାଧ୍ୟମ ଜରିଆରେ ରେ ପ୍ରଶାସନକୁ ଗୁହାରି କରିଛନ୍ତି ।ସରକାର ତୁରନ୍ତ ଭୂମିସୁତା ଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବି ହେଉଛି ।

Comments
Loading...