ବିବାହ ବାର୍ଷିକୀ ରେ କଲେ ବୃକ୍ଷ ରୋପଣ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିନ୍ଦ୍ରିଆବାହାଲ ର ସମାଜ ସେବି ରିଲୁ ପୁରୋହିତ ଅନେକ ସମୟରେ ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାର୍ଯ୍ୟ କରି ଆସୁଥିବା ବେଳେ ନିଜର ଦ୍ବିତୀୟ ବିବାହ ବାର୍ଷିକୀ ରେ ବୃକ୍ଷ ରୋପଣ କରି ଆଜି ସେ ଚର୍ଚ୍ଚାରେ ।ଅନେକ ସମୟରେ ସେ ଗରିବ ରୋଗିଙ୍କୁ ରକ୍ତ ଦାନ କରି ଜିବନ ବଞ୍ଚାଇଥିବା ବେଳେ ନିଜର ଜନ୍ମ ଦିନ ଓ ବିବାହ ବାର୍ଷିକୀ ରେ ରକ୍ତଦାନ ଶିବିର ମଧ୍ୟ କରନ୍ତି ।ଗତବର୍ଷ ତାଙ୍କର ପ୍ରଥମ ବିବାହ ବାର୍ଷିକୀ ରେ ରକ୍ତ ଦାନ ଶିବିର ସହ ବୃକ୍ଷ ରୋପଣ କରିଥିଲେ ।ଚଳିତ ବର୍ଷ ମହାମାରୀ କରୋନା କଟକଣା ଯୋଗୁଁ ରକ୍ତ ଦାନ ଶିବିର ନ କରି ପାତଳୀ ଶ୍ରୀକ୍ଷେତ୍ର କୋଟସମଲାଏ ଠାରେ ସେ ପ୍ରାୟ ପଚାଷ ଟି ବୃକ୍ଷ ରୋପଣ କରିବା ସହ ଅନେକ ଲୋକଙ୍କୁ ମାକ୍ସ ଓ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।ଆଜିର ଆଧୁନିକ ସମାଜ ରେ ନିଜର ଜନ୍ମଦିନ ଓ ବିବାହ ବାର୍ଷିକୀ ରେ ଭୋଜି କରି କେକ କାଟି ମଜାମଜଲିସ କରୁଥିବା ବେଳେ ସମାଜ ସେବି ରିଲୁ ପୁରୋହିତ ଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ପ୍ରସଂଶା କରିଛନ୍ତି ।

Comments
Loading...