ଶ୍ରୀଜଗନ୍ନାଥ ଙ୍କ ଅନନ୍ୟ ଲୀଳାକ୍ଷେତ୍ର ଶ୍ରୀ ପାତାଳି କ୍ଷେତ୍ରରେ ନୀତିକାନ୍ତିରେ ରଥଯାତ୍ରା ସମାପନ ; ଭକ୍ତ ନିରାଶ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ଆଜି ପବିତ୍ର ରଥଯାତ୍ରା। ଏବର୍ଷ କରୋନା କଟକଣା ଯୋଗୁଁ କେବଳ ପୁରୀରେ ବିନା ଭକ୍ତରେ ରଥଟଣା ହେଉଥିବା ବେଳେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ରଥାଟଣା ବନ୍ଦ ରହିବା ସହ କେବଳ ମନ୍ଦିର ପରିସର ମଧ୍ୟରେ ନିତି କାନ୍ତି ସଂପନ୍ନ ହେବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି କ୍ରମରେ ଶ୍ରୀଜଗନ୍ନାଥ ଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଶ୍ରୀପାତାଳୀ କ୍ଷେତ୍ର କୋଟସମଲାଇ ଠାରେ କଟକଣା ବଳବତ୍ତର ରହିଥିବାରୁ କେବଳ ନୀତିକାନ୍ତିରେ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ଆଜି ପ୍ରାତଃ ୪.୩୦ମି ରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା,ଦ୍ୱାରପାଳ ପୂଜା ଏବଂ ସୂର୍ଯ୍ୟ ଅର୍ଘ୍ୟ ପରେ ସକାଳ ୫ ଟାରେ ଚତୁର୍ଦ୍ଧାମୂର୍ତିଙ୍କ ମଙ୍ଗଳ ଆଳତୀ, ମଇଲମ, ପ୍ରାତଃ ଆଳତୀ,୭ଟାରେ ଗୋପାଳବଲ୍ଳଭ ଭୋଗ,ଖେଚେଡି ଭୋଗ,ଏବଂ ୮ଟା ସମୟରେ ଶ୍ରୀଜୀଉଙ୍କର ବେଶ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୯ ଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ଧାଡିପହଣ୍ଡି କରାଯାଇ ୧୧ ଟା ସମୟରେ ଆଡ଼ପ ମଣ୍ଡପରେ ବିରାଜମାନ କରାଯାଇଥିଲା ।ଗ୍ରାମର ଗଉନ୍ତିଆ ଶ୍ରୀଯୁକ୍ତ ଚମରା ଅମାତ ଛେରା ପହଁରା କରିଥିଲେ ।


ପବିତ୍ର ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଛଳିଆ ପାଦଦେଶରେ ଚଳପ୍ରଚଳ ଉପରେ ନିଷେଧାଦେଶ ଜାରି କରାଯିବା ସହ ୧୪୪ଧାରା ନିୟମ ଲାଗୁ କରାଯାଇଛି । ସେବାୟତ ଗୁଣାକର ପଣ୍ଡା,ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କ ସମେତ ଅନ୍ୟ ସେବାୟତମାନେ ଯୋଗ ଦେଇ ନୀତିକାନ୍ତ କାର୍ଯ୍ୟ କରିଥିଲେ ।ଏଏସପି ଉତ୍କଳ କେଶରୀ ଡାସ,ଦିଏଫଓ ସୁଶାନ୍ତ କୁମାର ସାମନ୍ତରାୟ,ଉଲୁଣ୍ଡା ରେଞ୍ଜର ଶବ ପ୍ରସାଦ ନାୟକ ସମେତ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିବାବେଳେ ମନ୍ଦିର ପରିଚାଳନା ଟ୍ରଷ୍ଟି ସଭାପତି ଉତ୍ତର କୁମାର ପାତ୍ର,ସଦସ୍ୟ ମହାଦେବ ସାହୁ,ଜାନକୀ ରାମ ଦେହୁରୀ,ଜଗଦୀଶ କର୍ଣ୍ଣ,ଦିଲୀପ ପାତ୍ର ଙ୍କ ସମେତ ପାତାଳୀ ସେନା ର ସଦସ୍ୟ ମାନେ ସହଯୋଗ କରିଥିଲେ ।

Comments
Loading...