ଅବକାରୀ ବିଭାଗ ଦ୍ବାରା ଦେଶୀ ବିଦେଶୀ ମଦ ଜବତ ସହ ୩ ଗିରଫ

ସୁନ୍ଦରଗଡ଼ ( କୋଶଲ୍ ନ୍ୟୁଜ) : ରାଉରକେଲା ପୋଲିଶ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଉପଅଧିକ୍ଷକ ଝସକେତନ ବରିହାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାନପୋଷ ଅବକାରୀ ମଣ୍ଡଳ ନିରୀକ୍ଷିକା ସ୍ନେହଲତା ନାଏକ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ସଂସ୍ଥାର ଉପନୀରିକ୍ଷକ ଅର୍ଜୁନ ମଲ୍ଲିକ ଏବଂ ବିଭାଗୀୟ ସହକର୍ମୀଙ୍କ ସହ ଟ୍ରାଫିକ ମାର୍କେଟ ଛକ , ଟିସିଆଇ ଛକ ଓ ବିଶ୍ରା ଅଞ୍ଚଳରେ ଚଢାଉ କରି ଟ୍ରାଫିକ ଛକରୁ କରନ ସାହା , ଟିସିଆଇ ଛକରୁ ଜିତେନ୍ଦ୍ର ସାହୁଙ୍କ ସମେତ ବିଶ୍ରା ଅଞ୍ଚଳରୁ ଅମିତ ତିଗାଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୪୫.୦୫୦ ଲିଟର ବିଅର , ୯୦.୩୧୦ ଲିଟର ରନ୍ଧା ମଦ ସହ ୨.୭୦୦ ଲିଟର ନକଲି ରନ୍ଧାମଦ ସହିତ ୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଥିଲା । ଅବକାରୀ କାର୍ଯ୍ୟାଳୟରେ ଏ ନେଇ ୩ ଟି ମାମଲା ରୁଜୁ ହୋଇଛି । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗକୁ ମଧ୍ୟ ଏହିପରି ଅବକାରୀ ଚଢାଉ ଯାରି ରହିବ ବୋଲି ଅବକାରୀ ଉପଅଧୀକ୍ଷକ ମତବ୍ୟକ୍ତ କରିଛନ୍ତି ।

Comments
Loading...