ହସ୍ପିଟାଲ୍‌ରେ VIP କଲ୍‌ଚର: ଗର୍ଭବତୀଙ୍କୁ ଅଣଦେଖା, ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ

ସୁନ୍ଦରଗଡ଼:(କୋଶଲ ନ୍ୟୁଜ୍) ସୁନ୍ଦରଗଡ଼ ଜିଲ୍ଲା ମାତୃ ଓ ଶିଶୁ ହସ୍ପିଟାଲରେ ଭିଆଇପି କଲ୍‌ଚରକୁ ନେଇ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହୋଇଛି। ଜିଲ୍ଲାପାଳଙ୍କ ପତ୍ନୀଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓରେ ସୁନ୍ଦରଗଡ଼ ଜିଲ୍ଲା ଖମାରୀପଡ଼ାର ଦୀପାଞ୍ଜଳି ପତି ନାମକ ଜଣେ ମହିଳା ଅଭିଯୋଗ ଆଣି କହିଛନ୍ତି, ଅଲଟ୍ରାସାଉଣ୍ଡ କରିବା ଲାଗି ଗର୍ଭବତୀମାନେ ଘଣ୍ଟା ଘଣ୍ଟା ଧରି ହସ୍ପିଟାଲ୍‌ରେ ଅପେକ୍ଷା କରିଥିବାବେଳେ, ଡାକ୍ତର କିମ୍ବା ନର୍ସ ସେମାନଙ୍କର ଚିକିତ୍ସା କରିନଥିଲେ। ହେଲେ ଜିଲ୍ଲାପାଳଙ୍କ ପତ୍ନୀ ଆସିବାରୁ ଡାକ୍ତର ଓ ନର୍ସ ତତ୍ପର ହୋଇ ତାଙ୍କର ଚିକିତ୍ସା କରିଥିଲେ।

ଦୀପାଞ୍ଜଳି ଅଭିଯୋଗ କରିଛନ୍ତି ଯେ, ମୋର ୯ ମାସର ଅଲଟ୍ରାସାଉଣ୍ଡ ଟେଷ୍ଟ୍‌ ପାଇଁ ହସ୍ପିଟାଲ୍‌ ଆସିଥିଲି।ମୋ ପରି ଆହୁରି ୧୨ ଜଣ ଗର୍ଭବତୀ ଥିଲେ। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବସିଲୁ, କିନ୍ତୁ ସେତେବେଳ ଯାଏ ଡାକ୍ତରଙ୍କ ଦେଖା ନଥିଲା। କିନ୍ତୁ ଯେତେବେଳେ ଜିଲ୍ଲାପାଳଙ୍କ ପତ୍ନୀ ଆସିଲେ ସଙ୍ଗେ ସଙ୍ଗେ ଡାକ୍ତର ପ୍ରକଟ ହୋଇଗଲେ। ଅଧ ଘଣ୍ଟା ଯାଏ ତାଙ୍କର ଅଲଟ୍ରାସାଉଣ୍ଡ କରାଗଲା। ଖାଲି ପେଟରେ ଆମେ ଅଢ଼େଇ ଘଣ୍ଟା ଜଗିଲୁ, ଜିଲ୍ଲାପାଳଙ୍କ ପତ୍ନୀ ଯିବା ପରେ ଆମକୁ ସୁଯୋଗ ମିଳିଲା। ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ଯାହାକୁ ସ୍ପେଶାଲ୍‌ ଟ୍ରିଟ୍‌ମେଣ୍ଟ୍‌ ଦରକାର, ସେ ସ୍ପେଶାଲ ଯାଉ। ତେବେ ଦୀପାଞ୍ଜଳିଙ୍କ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Comments
Loading...