ସୁନ୍ଦରଗଡ : ପୋଖରୀ ନିକଟରେ ଠିଆ ହୋଇଥିଲେ, ବଜ୍ରପାତରେ ଯୁବକଙ୍କ ଜୀବନ ଚାଲିଗଲା

ସୁନ୍ଦରଗଡ : ପୋଖରୀ ନିକଟରେ ଠିଆ ହୋଇଥିଲେ । ହଠାତ ବଜ୍ରପାତ ହେଲା । ଆଉ ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଧରୁଆବାଲି ଥାନା ଅନ୍ତର୍ଗତ ମଝିଆପଡାର ତିଲୁମାଳି ଗାଁରେ । ମୃତକ ଜଣକ ହେଲେ ସନାତନ ହେମ୍ବ୍ରମ ।

ତିଲୁମାଲି ଗ୍ରାମର ସନାତନ ହ୍ରେମ୍ବମ ଗାଁ ପାଖରେ ଥିବା ପୋଖରୀ କୂଳରେ ଠିଆ ହୋଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ତାଙ୍କ ଉପରକୁ ହେବାରୁ ସେ ଅଚେତ ହୋଇଯାଇଥିଲେ । ସନାତନଙ୍କୁ ପରିବାର ଲୋକ ଓ ଗ୍ରାମବାସୀ ଏକ ଟୋକେଇରେ ଧରି ମଝିଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments
Loading...