ରାସ୍ତା ଉପରରେ ବାଇକରୁ ପଡି ଯୁବକ ଗୁରୁତର

ସୁନ୍ଦରଗଡ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ ଦଲକି ଗ୍ରାମର ରାସ୍ତା ଉପରେ ଗୋଟିଏ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବାଇକ ଚାଳକ ଦଲକି ଡଙ୍ଗାଘାଟର ବାସିନ୍ଦା ହାବିଲ କୁଜୁର ୩୮ବର୍ଷ ବୋଲି ଜଣାପଡିଛି । ସେ କୈ।ଣସି କାମରେ ଘରୁ ବାହାରି ଥିଲେ ।ରାସ୍ତାରେ ଖାଲ ହୋଇଥିବାରୁ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତାରୁ ଛିଟିକି ପଡ଼ି ମୁଣ୍ଡରେ ବାଜି ଗୁରୁତର ଅବସ୍ଥାରେ ତାଙ୍କୁ ରାଏବଗା ପୋଲିଶ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଚିକିତ୍ସା ପାଇଁ ଯାମବାହାଲ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ।

Comments
Loading...