୧୪ ଦିନିଆ ଲକ ଡାଉନ ଘୋଷଣାବେଳେ ପ୍ରଥମ ଦିନରେ ପରିବହନର ଅମାନସିକ ଦୃଶ୍ୟ

ଭାରତରେ ଏବେ କୋଭିଡ -୧୯ ମହାମାରୀ ସୁନାମୀର ରୂପ ନେଲାଣି। ପ୍ରତିଦିନ ୩ ଲକ୍ଷରୁ ଅଧିକ ଲୋକ ଏହି ଅଦୃଶ୍ୟ ତଥା ଭୟଙ୍କର ଭୁତାଣୁରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଅକାରଣରେ ଜୀବନ ଚାଲି ଯାଉଛି । ଦେଶ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତିକରୁ ଥିବାବେଳେ ଜୀବନ ରକ୍ଷାକାରୀ ଔଷଧ ମିଳୁନାହିଁ। ରାଜ୍ୟରେ ଲକ ଡାଉନ, ସଟଡାଉନ ଘୋଷଣାହେବା ପରେ ଉଠାବେପାରୀ ଠାରୁ ଆରମ୍ଭ କରି ଦୋକାନୀ, ଜନସାଧାରଣ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ଟ୍ରାନ୍ସପୋର୍ଟର ଓ ଟ୍ରକ୍ ଚାଳକ ମାନଙ୍କର ଦାଦାଗିରି ବଢ଼ି ଚାଲିଛି। ବାରମ୍ବାର ରାସ୍ତା ଦୂର୍ଘଟଣl ଘଟାଇ ଅକାରଣରେ ଲୋକଙ୍କ ଜୀବନ ସହିତ ଖେଳିବା ସହ କେତେବେଳେ କୋଉ ଖୁଣ୍ଟକୁ ମାରି ତଳେ ପକାଇ ଦେଉଛନ୍ତି ତ କେତେବେଳେ ଆଉ କ’ଣ ସବୁ ଘଟାଉଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ। ରାତି ୯ ଟା ସମୟରେ ଓଡି -୧୪ ଏସ ୭୪୨୯ ନଂ ଏକ ୧୪ ଚକା ଟ୍ରକ୍ କୋଇଡାର ମୁଖ୍ୟ ଛକ ଠାରେ ବିଜୁଳି ଖୁଣ୍ଟକୁ ଶକ୍ତ ଧକ୍କା ଦେବା ଦ୍ଵାରା ଲାଇନ୍ ଥିବା ଅବସ୍ଥାରେ ବିଜୁଳୀ ଖୁଣ୍ଟଟି ତଳେ ପଡିଯାଇଥିଲା। ଚାଳକ ଗାଡ଼ିରୁ ଓହ୍ଲାଇ କୁଆଡେ ଦୌଡ଼ି ପଳାଇ ଯାଇଥିଲା। ଏହା ଫଳରେ କୋଇଡା ଅଞ୍ଚଳ କିଛି ସମୟ ପାଇଁ ଅନ୍ଧକାରମୟ ହୋଇ ଯାଇଥିଲା। ଗାଡ଼ି ଚାଲକ ନିଶାସକ୍ତ ଅବସ୍ଥାରେ ଏଭଳି ଘଟଣା ଘଟାଇ ଥିବାର ଅନୁମାନ କରାଯାଏ। ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଲକ ଡାଉନ ସମୟରେ ଏ ଅମାନିଆ ଗାଡ଼ି ଚାଲକ ଓ ଗାଡି ମାଲିକ ମାନଙ୍କୁ ପୋଲିଶ ପ୍ରଶାସନ କେବେ ସାବାଡ କରୁଛି ଦେଖିବାକୁ ବାକି ରହିଲା ।

Comments
Loading...